ଆଝାରୁଦ୍ଦିନଙ୍କ ପୁଅକୁ ବିବାହ କରିବେ ସାନିଆଙ୍କ ଭଉଣୀ

ଆସନ୍ତା ଡିସେମ୍ବରରେ ସାନିଆ ମିର୍ଜାଙ୍କ ଭଉଣୀ ଆନମ ମିର୍ଜା ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦ୍ ଙ୍କୁ ବିବାହ କରିବେ । ଏନେଇ ନିଜେ ସାନିଆ ମିର୍ଜା ଘୋଷଣା କରିଛନ୍ତିା ତେବେ ଅସଦ୍ ଓ ଆନମଙ୍କୁ ନେଇ ଚାଲିଥିବା ଚର୍ଚ୍ଚାରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି ।

ଏନେଇ ସାନିଆ କହିଛନ୍ତି ଯେ ତାଙ୍କ ଭଉଣୀ ଜଣେ ସୁନ୍ଦର ପୁଅକୁ ବିବାହ କରିବାକୁ ଯାଉଛନ୍ତି । ତାଙ୍କ ନାମ ଅସଦ୍ । ସେ ହେଉଛନ୍ତି ମହମ୍ମଦ ଆଝାରୁଦ୍ଦିନଙ୍କ ପୁତ୍ର । ଏବଂ ଆମେ ସମସ୍ତେ ଏନେଇ ବହୁତ ଏକ୍ସସାଇଟେଡ୍ ଅଛୁ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଆସନ୍ତା ଡିସେମ୍ବରରେ ଆନମଙ୍କ ବିବାହ ହେବ । ଏହି ବିବାହ ପ୍ୟାରିସ ହେବାପାଇଁ ଆମେ ଯୋଜନା କରିଛୁ ।

ଗତ ସେପ୍ଟେମ୍ବରରେ ଆନମ୍ ସେୟାର କରିଥିବା ଏକ ପୋଷ୍ଟ ଉପରେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହୋଇଥିଲା ।