କୋଣାର୍କ,ଏନ୍ଏନ୍ଏସ୍ : କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷଠାରେ ଭାରତ ସରକାରଙ୍କ ପ୍ରନô୍ତତ୍ୱ ସର୍ବେକ୍ଷଣ ସଂସ୍ଥା ସହାୟତାରେ ପ୍ରନô୍ତତ୍ୱ ଭୁବନେଶ୍ୱର ସର୍କଲ ଆନୁକୂଲ୍ୟରେ କୋଣାର୍କ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ନେଇ ଗତ ୨୮ତାରିଖରୁ ଆରମ୍ଭ ହୋଇଥିବା ଜାତୀୟ ସମ୍ମିଳନୀ ଶୁକ୍ରବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଏହି କର୍ମଶାଳାର ଉଦଯାପନି ସମାରୋହରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ବିଶ୍ୱର ଗର୍ବ ଓ ଗୈାରବ ପ୍ରାଚିନ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରରୁ ବିଚ୍ଛୁରିତ ହୋଇ ପଡିଥିବା ପ୍ରସ୍ତର ଗୁଡିକ ନମ୍ବରିଂ କରାଯାଇ ସଂରକ୍ଷିତ ରଖାଯିବା ସହ ଐତିହ୍ୟ ସଂପନ୍ନ କୋଣାର୍କ ମନ୍ଦିରରେ ପୂର୍ବରୁ ଥିବା କଳାକୃତି ପ୍ରତିଛବି କୁ ଚିହ୍ନଟ କରି ପୂର୍ବ କଳାକୃତିକୁ ଉଜିବିତ ରଖିବା ପ୍ରୟାସ କରାଯାଇ ଏହାର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ତ୍ୱରାନିତ କରାଯିବ ବୋଲି ସେ ପ୍ରକାଶ କରିଥିଲେ।
ଏହି ପରିପ୍ରେକ୍ଷିରେ ମନ୍ତ୍ରୀ ଶ୍ରୀ ପଟେଲ ଭବିଷ୍ୟତ ପିଢି ପାଇଁ ସାଇତି ରଖିବା ପାଇଁ ଏହାର ସଂରକ୍ଷଣ ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀରେ ପୁର୍ତବିଭାଗର ଅଧିକ୍ଷକ ଯନ୍ତ୍ରୀ ତଥା ଏଏସଆଇ କୋର କମିଟିର ସଦସ୍ୟ ଡଃ ଏନ.ସି ପାଲ ଯୋଗଦେଇ ସୂର୍ଯ୍ୟମନ୍ଦିରରୁ ବାଲି କାଢିବା ପାଇଁ ଅନୁଷ୍ଠିତ ୧୯୧୭ ଓ ୨୦୧୦ମସିହାରେ ଜାତୀୟ କର୍ମଶାଳାର ବିଶେଷଜ୍ଞ କମିଟି ରିପୋର୍ଟ କାର୍ଯ୍ୟକାରୀ କରି ବାଲି କାଢିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରିଛନ୍ତି । ବାସ୍ତବରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ବାହ୍ୟ ସ୍ଥିତି ଠିକ ଥିବା ବେଳେ ଆଭ୍ୟନ୍ତରୀଣ ସ୍ଥିତି ଉଦବେଗଜନକ ଥିବା ୨୦୧୭ମସିହାରେ ଏଏସଆଇ କର୍ତୁପକ୍ଷଙ୍କ ଦ୍ୱାରା ନିଯୁକ୍ତି ସିବିଆଇ ଗବେଷଣା ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ଇଣ୍ଡୋସ କପି ରିପୋର୍ଟ ଅନୁଯାୟୀ ଜଣାପଡିଛି। ଏହି ଦୁଇଦିନିଆ କର୍ମଶାଳାରେ ସୂର୍ଯ୍ୟମନ୍ଦିର ସଂରକ୍ଷଣ ଓ ରକ୍ଷଣାବେକ୍ଷଣକୁ ନେଇ ମନ୍ଦିରର ବାହ୍ୟ ସୈାନ୍ଦଯ୍ୟ କରଣ କାର୍ଯ୍ୟ କରାଯିବା ସହ ପାରିପାଶ୍ୱର୍ିକ ଉନ୍ନୟନ କାର୍ଯ୍ୟ ଖୁବ ଶିଘ୍ର କରାଯିବା ସହ ସୂର୍ଯ୍ୟମନ୍ଦିରର ଗର୍ଭଗୃହରୁ ଦବିଥିବା ୧୨ଫୁଟ ବାଲି କଢାଯିବ ବୋଲି ଶ୍ରୀ ପାଲ ପ୍ରକାଶ କରିଛନ୍ତି।
ଏହି କର୍ମଶାଳାରେ ମୂଖ୍ୟମନ୍ତ୍ରୀଙ୍କ ପ୍ରମୂଖ ସଚିବ ଶ୍ରୀ ଆର ବାଲ କ୍ରିଷ୍ଣନ ଯୋଗଦେଇ ଓଡିଆ ଜାତୀର ସ୍ୱାଭିମାନର ପ୍ରତୀକ ସୂର୍ଯ୍ୟମନ୍ଦିରର ଐତିହ୍ୟ ଓ କଳାକୃତି ବିଶ୍ୱରେ ଅନନ୍ୟ ଓ ଅଦ୍ୱିତୀୟ। ଏହି ପରିପ୍ରେକ୍ଷିରେ ସଚିବ ଶ୍ରୀ କ୍ରିଷ୍ଣନ ବିଶ୍ୱର ଅନନ୍ୟ କଳାକୃତି ଉଦାହାରଣ ଦେଇ ତଥ୍ର ଭିତିକ ଐତିହ୍ୟ ର ରକ୍ଷଣାବେକ୍ଷଣ କାର୍ଯ୍ୟ ନେଇ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବା ପାଇଁ ପ୍ରତିସୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଜି.ସି ମିତ୍ର,ଓଡିଶା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀ ଏନ.କେ ମହାନ୍ତି,ଆଇଆଇଟି ଚେନାଇର ବିଶେଷଜ୍ଞ,ସିବିଆରଆଇର ପ୍ରତିନିଧି ଦଳଙ୍କ ସମେତ ବହୁ ବିଶେଷଜ୍ଞ ଦଳ ଯୋଗଦେଇଥିଲେ ।