ବେଆଇନ ବାଲି ଚାଲାଣ : ୪ ହାଇୱା ଜବତ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ୪୯ ନମ୍ବର ଜାତୀୟ ରାଜପଥର ଏଚପି ପେଟ୍ରୋଲ ପମ୍ପ ନିକଟରୁ ଆଜି ତୁରୁମୁଙ୍ଗା ପୁଲିସ ୪ ଟି ବେଆଇନ ବାଲି ବୋଝେଇ ହାଇୱା ଜବତ କରିଛି। ହାଇୱା ଗୁଡିକ ମୟୁରଭଞ୍ଜ ଜିଲ୍ଲା ଚଢେଇଭୋଳରୁ ବେଆଇନ ବାଲି ବୋଝେଇ କରି କେନ୍ଦୁଝର ଆଡ଼କୁ ଯାଉଥିବା ବେଳେ ତୁରୁମୁଙ୍ଗା ପୁଲିସ ଜବତ କରିଥିଲା।