ବାଲେଶ୍ୱର,ଏନ୍ଏନ୍ଏସ୍: ବାଲି ବୋଝେଇ ଟ୍ରକ୍ ସହିତ କଣ୍ଟେନର ଧକ୍କା ଫଳରେ ଜଣେ ମୃତ ହେବା ସହ ୨ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧିନ ୧୬ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ବାଲି ବୋଝେଇ ଟ୍ରକର ଡ୍ରାଇଭର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଗୁରୁତର ୨ଜଣକୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଘଟଣା ସ୍ଥଳରେ ସୋର ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।