ବାଲୁକା ଚିତ୍ରକଳାରେ ବାଘ ସଂରକ୍ଷଣର ବାର୍ତ୍ତା, ‘ଆମ ବାଘ ଆମ ଗର୍ବ’

ପୁରୀ,ଏନ୍ଏନ୍ଏସ୍‌: ବାଲୁକା ଚିତ୍ରକଳା ମାଧ୍ୟମରେ ବାଘ ସଂରକ୍ଷଣର ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ‘ପ୍ରୋଜେକ୍ଟ ଟାଇଗର’ର ୫୦ ବର୍ଷ ପୂର୍ତ୍ତି ଅବସରରେ ପୁରୀ ବେଳାଭୂମୀରେ ଏକ ସୁନ୍ଦର ବାଲୁକା କଳା କରିଛନ୍ତି ବାଲୁକାଶିଳ୍ପୀ । ଯେଉଁଥିରେ କି ଆମର ବାଘ, ଆମର ଗର୍ବ ବୋଲି ଉଲ୍ଲେଖ କରାଯାଇଛି । ବେଳାଭୂମୀର ବାଲୁକାରେ ୨୦ ଫୁଟ ଲମ୍ବର ଏକ ବିଶାଳ କଲରାପତରିଆ ବାଘ ତିଆରି କରିଛନ୍ତି ସେ । ଏହାକୁ ଦେଖିବାକୁ ଗତ ସନ୍ଧ୍ୟା ସମୟରେ ଲୋକଙ୍କ ଭିଡ ଜମିଥିଲା ।

ରବିବାର ‘ପ୍ରୋଜେକ୍ଟ ଟାଇଗର’ର ୫୦ ବର୍ଷ ପୂର୍ତ୍ତି ଅବସରରେ ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟରେ ବାଘ ଗଣନା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ବାଘ ସଂଖ୍ୟା ବୃଦ୍ଧି ହୋଇଛି । ୨୦୨୨ ଗଣନା ଅନୁଯାୟୀ ବାଘ ସଂଖ୍ୟା ବର୍ତ୍ତମାନ ୩୧୬୭ ରହିଥିବା କହିଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ବାଘ ସଂଖ୍ୟାରେ ଭାରତ ବିଶ୍ୱରେ ଅଗ୍ରଣୀ ଭୂମିକା ହାସଲ କରିଥିବା କହିଥିଲେ ପ୍ରଧାନମନ୍ତ୍ରୀ ।