ସିନ୍ଧୁଙ୍କ ସମ୍ମାନରେ ‘ପଦ୍ମ ଶ୍ରୀ’ ସୁଦର୍ଶନଙ୍କ ବାଲୁକା ଆର୍ଟ

ପୁରୀ,୨୭ା୮/ଏନ୍ଏନ୍ଏସ୍: ‘ପଦ୍ମ ଶ୍ରୀ’ ସୁଦର୍ଶନ ପଟ୍ଟନାୟକ ବିଶ୍ୱ ବ୍ୟାଡମିଣ୍ଟନ ବିଜେତା ତଥା ସ୍ୱର୍ଣ୍ଣର ଝିଅ ପିଭି ସିନ୍ଧୁଙ୍କ ସମ୍ମାନରେ ଏକ ବାଲୁକା ଆର୍ଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ପୁରୀ ସମୁଦ୍ର ବେଳାଭୁମୀରେ ସିନ୍ଧୁଙ୍କର ଏକ ବାଲୁକା ମୂର୍ତ୍ତି ଓ ସ୍ୱର୍ଣ୍ଣ ମେଡାଲ ତିଆରି କରିଛନ୍ତି । ସେଥିରେ ସେ ସିନ୍ଧୁଙ୍କୁ ବ୍ୟାଡମିଣ୍ଟନର ରାଣୀ ଲେଖି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।