ସନତ କୁମାର ମହାନ୍ତି ହେଲେ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ ସନତ କୁମାର ମହାନ୍ତି ନିଯୁୁକ୍ତ ହେଲେ। ସେହିପରି ଆଇଏଏସ୍ ଶୁଭଙ୍କର ମହାପାତ୍ର ବାଲିଗୁଡ଼ା ଉପଜିଲ୍ଲାପାଳ ଓ ଆଇଏଏସ୍ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ସମ୍ବଲପୁର ଉପଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି। ଏଥିସହିତ ଆଇଏସ ଜେ.ସୋନାଲଙ୍କୁ ଓଏସଡି ଓ ଗଜପତି କୋଭିଡ ମ୍ୟାନେଜମ୍ୟାଣ୍ଟ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଆଇଏଏସ କୀର୍ତ୍ତି ଭାସାନଙ୍କୁ ଓଏସଡି ଓ ଗଞ୍ଜାମ କୋଭିଡ ମ୍ୟାନେଜମେଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି।