ଫିଲ୍ମ ଇଣ୍ଡଷ୍ଟ୍ରୀକୁ ସନାଙ୍କ ଅଲବିଦା

ନୂଆଦିଲ୍ଲୀ: ବିଗବସ୍ ଫେମ୍ ସନା ଖାନ୍ ଫିଲ୍ମ ଇଣ୍ଟଷ୍ଟ୍ରୀକୁ ସବୁଦିନ ପାଇଁ ଅଲବିଦା କହି ଦେଇଛନ୍ତି। ସୋସିଆଲ ମିଡିଆରେ ଏକ ବଡ଼ ନୋଟ୍ ଲେଖି ଇଣ୍ଡଷ୍ଟ୍ରୀ ଛାଡ଼ିବା ସମ୍ପର୍କରେ ସୂଚନା ଦେଇଛନ୍ତି। ସନା ଧର୍ମକୁ ଆଧାର କରି ଇଣ୍ଡଷ୍ଟ୍ରୀ ଛାଡ଼ିବାକୁ ନେଇ ଘୋଷଣା କରିଛନ୍ତି। ସନାଙ୍କ ପୂର୍ବରୁ ଉଦୀୟମାନ ତାରକା ଜାୟରା ୱାସିମ ମଧ୍ୟ ଧର୍ମକୁ କେନ୍ଦ୍ର କରି ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡ଼ିଥିଲେ।

ସନା ଲେଖିଛନ୍ତି ଯେ, ମୋତେ ଜନ୍ମ ଦେଇଥିବା ପିତାମାତାଙ୍କ ଆଦେଶରେ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡ଼ୁଛି। ମୋତେ ଏଠାରେ ନାମ, ସମ୍ମାନ ଓ ସମ୍ପଦ ସବୁକିଛି ମିଳିଛି ଯେଉଁଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଏବେ ଈଶ୍ୱରଙ୍କ ଆଦେଶରେ ଚାଲିବି।

ସୂଚନାଯୋଗ୍ୟ, ସନା ଖାନ୍ ବିଗବସ-୬ରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଥିଲେ। ଏତଦବ୍ୟତୀତ ଅନେକ ରିୟାଲିଟି ସୋ ଓ ୱେବ ସିରିଜରେ ମଧ୍ୟ ନଜର ଆସିଛନ୍ତି। ସନା ‘ଟଏଲେଟ୍ -ଏକ ପ୍ରେମ କଥା’, ‘ହଲ୍ଲା ବୋଲ୍’, ‘ଜୟ ହୋ’, ‘ବଜହ ତୁମ ହୋ’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।