ସାମସଙ୍ଗର ଡିସପ୍ଲେ ୟୁନିଟ ଚାଇନାରୁ ନୋଏଡାକୁ ସ୍ଥାନାନ୍ତର

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଇଲେକ୍ଟ୍ରୋନିକ୍ସ କମ୍ପାନୀ ସାମସଙ୍ଗ ତା’ର ଡିସପ୍ଲେ ୟୁନିଟକୁ ଚୀନରୁ ଉତ୍ତରପ୍ରଦେଶର ନୋଏଡାକୁ ସ୍ଥାନାନ୍ତର କରିଛି। କମ୍ପାନୀର ଏକ ପ୍ରତିନିଧୀ ମଣ୍ଡଳ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥଙ୍କୁ ଭେଟି ଏନେଇ ଘୋଷଣା କରିଛନ୍ତି। ଭାରତରେ ମେନୁଫେକଚରିଂ ବଢ଼ାଇବା ପାଇଁ ସାମସଙ୍ଗ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସାମସଙ୍ଗର କହିବାନୁସାରେ, ଶିଳ୍ପ ସମ୍ବନ୍ଧୀୟ ଭଲ ପରିବେଶ ଓ ପୁଞ୍ଜି ଲଗାଣକାରୀଙ୍କ ହିତକୁ ଦୃଷ୍ଟିରେ ରଖି ଡିସପ୍ଲେ ମେନୁଫେକଚରିଂ ୟୁନିଟକୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ନିଆଯାଇଛି। କମ୍ପାନୀ ପକ୍ଷରୁ ନୋଏଡାରେ ଏହି ୟୁନିଟର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଯାଇଛି।

ନୋଏଡାରେ ସାମସଙ୍ଗର ଫ୍ୟାକ୍ଟ୍ରିକୁ ଯୋଗୀ ଆଦିତ୍ୟନାଥ ‘ମେକ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମର ଏକ ବଡ଼ ଉଦାହରଣ ବୋଲି କହିଛନ୍ତି। ଏହା ଉତ୍ତରପ୍ରଦେଶର ଯୁବବର୍ଗଙ୍କୁ ରାଜ୍ୟରେ ହିଁ ରୋଜଗାର ପାଇବାରେ ସାହାଯ୍ୟ କରିବ।