କ୍ରୀୟାଶୀଳ ହେବ ସମ୍ପୂର୍ଣ୍ଣା ଯୋଜନା

ଭୁବନେଶ୍ୱର,୨୯/୮: ରାଜ୍ୟ ସରକାର ମାତୃ ମୂତ୍ୟୁହାର ଓ ନବଜାତ ଶିଶୁଙ୍କ ମୃତ୍ୟୁହାର କମାଇବା ପାଇଁ ଏକ ସ୍ଵତନ୍ତ୍ର ଯୋଜନା ସମ୍ପୂର୍ଣ୍ଣା ଆରମ୍ଭ ହୋଇଛି। ଏହି ଯୋଜନା ପାଇଁ ରାଜ୍ୟରେ ମୃତ୍ୟୁହାର କମାଇ ପାରିଛନ୍ତି। ଏ ନେଇ କେନ୍ଦ୍ର ସରକାର ପ୍ରଶଂସା ମଧ୍ୟ କରିଛନ୍ତି। ଏହି ସମ୍ପୂର୍ଣ୍ଣା କାର୍ୟ୍ୟକ୍ରମକୁ ଆହୁରି କ୍ରିୟାଶୀଳ କରିଵା ଲାଗି ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଏ ନେଇ ଗୁରୁବାର ସ୍ଵାସ୍ଥ୍ୟମନ୍ତ୍ରୀ ନଵକିଶୋର ଦାସ ୟୁନିସେଫର ସହାୟତା ଲୋଢିଛନ୍ତି। କାରଣ ୟୁନିସେଫ ଏହି ଦିଗରେ ଅନେକ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି। ଆଜି ୟୁନିସେଫ ମୁଖ୍ୟ ଫିଲ୍ଡି ଅଫିସର ମୋନିକା ନିଲସନ୍ ଓ ସ୍ଵାସ୍ଥ୍ୟ ଵିଶେଷଞ ଡାକ୍ତର ଵିଵେକ୍ ବିରେନ୍ଦ୍ରଙ୍କ ସହ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ଵିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।