ବରିଷ୍ଠ ନାଗରିକଙ୍କ ଘରୁ ସଂଗ୍ରହ କରାଯିବ ସାମ୍ପଲ : ବିଏମସି କମିଶନର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଘରେ ଏକୁଟିଆ ରହୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଫଳରେ ସୋମବାରଠାରୁ ସଂକ୍ରମଣ ସନ୍ଦେହ କରୁଥିବା ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସାମ୍ପଲ ସଂଗ୍ରହ କରାଯିବ। ସେମାନଙ୍କୁ ଆସିବାକୁ ସମସ୍ୟା ହେଉଥିବାରୁ ଏଭଳି ବ୍ୟବସ୍ଥା କରାଯାଇଛି। ଲକ୍ଷଣ ଥିବା ବରିଷ୍ଠ ନାଗରିକ ୧୯୨୯କୁ ଫୋନ୍ କରି ତଥ୍ୟ ଦେବେ। ନାଁ ଏବଂ ଘର ଠିକଣା ଜଣାଇବା ପରେ ଘରକୁ ଭ୍ୟାନ୍ ଯିବ। ଘରେ ଭ୍ୟାନ୍ ପହଂଚି ସାମ୍ପଲ ସଂଗ୍ରହ କରିବ। ନୂଆ ବ୍ୟବସ୍ଥା ସମ୍ପର୍କରେ ନୂଆ କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।

କେବଳ ଏତିକି ନୁହେଁ, ଟିକା ପାଇଁ ସମସ୍ୟାରେ ପଡ଼ୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଉପରୋକ୍ତ ନମ୍ବରରେ ଫୋନ୍ କଲେ ଘରୁ ଆଣି ଟିକାକରଣ କେନ୍ଦ୍ରରେ ଟିକା ଦେଇ ପୁଣି ଘରେ ଛଡ଼ାଯିବ।