ଏସସିଙ୍କୁ ଭେଟିଲେ ସମୀର ୱାଙ୍ଖଡେ

ମୁମ୍ବାଇ: ଏନସିପି ନେତା ନବାବ ମଲ୍ଲିକଙ୍କ ଅଭିଯୋଗ ପରେ ଏନସିବି ଜୋନାଲ ଡାୟରେକ୍ଟର ସମୀର ୱାଙ୍ଖଡେଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ୱାଙ୍ଖଡେ ଦିଲ୍ଲୀରେ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ(ଏନସୀଏସସି) ଅଧ୍ୟକ୍ଷ ବିଜୟ ସାମ୍ପଲାଙ୍କୁ ଭେଟିଛନ୍ତି। ଏନସୀଏସସୀ ଅଧ୍ୟକ୍ଷଙ୍କ ମୁତାବକ, ଯଦି ସମୀର ୱାଙ୍ଖଡେ ସମ୍ବନ୍ଧିତ ସମସ୍ତ କାଗଜ ପତ୍ର ଠିକ୍ ବାହାରେ ଆୟୋଗ ନିଶ୍ଚିତ ରୂପେ ତାଙ୍କ ଅଧିକାରକୁ ରକ୍ଷା କରିବ।

ଏନସୀଏସସୀ ଅଧ୍ୟକ୍ଷ ବିଜୟ ସାମ୍ପଲା ଆହୁରି କହିଛନ୍ତି ଯେ, ସମୀର ୱାଙ୍ଖଡେ ନିଜ ସହ ହୋଇଥିବା ଅନ୍ୟାୟ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହେଉଥିବା ନେଇ ସେ ପୂର୍ବରୁ ଏକ ଆବେଦନ ଦାୟର କରିଥିଲେ। ଅକ୍ଟୋବର ୧୯ ତାରିଖରେ ଆୟୋଗ ମହାରାଷ୍ଟ୍ର ସରକାରଙ୍କୁ ନୋଟିସ ପଠାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ସମୀର ଏସସୀ ସମୁଦାୟର ହୋଇଥିବାରୁ ତାଙ୍କୁ ଚାକିରି ମିଳିଛି।

ଅନ୍ୟପଟେ ସମୀର ୱାଙ୍ଖଡେ କହିଛନ୍ତି ଯେ, ସେ ତାଙ୍କର ସମସ୍ତ ଡକ୍ୟୁମେଣ୍ଟ ଆୟୋଗକୁ ପ୍ରଦାନ କରିଛନ୍ତି। ଯାଞ୍ଚ ପରେ ଆୟୋଗ ମିଡିଆକୁ ସବୁକିଛି ଜଣାଇବ।