ସମଲିଙ୍ଗି ବିବାହକୁ ନେଇ ଚର୍ଚ୍ଚା, ନିଜ ପ୍ରେମିକାକୁ ପାଇବା ପାଇଁ ପୁଅ ବନିଗଲେ ଯୁବତୀ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରିରେ ସମଲିଙ୍ଗି ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ମାଲକାନଗିରିରେ ୨ଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିବା ପରେ ଜଣେ ଝିଅ ଦିଲ୍ଲୀରେ ନିଜକୁ ପୁରୁଷ କରିବା ପାଇଁ ସଜେଇ ହେବା ଘଟଣା ଆଶ୍ଚର୍ୟ୍ୟ କରିଛି। ପ୍ରଥମେ ସମାଲିଙ୍ଗୀ ପ୍ରେମ ଓ ପରେ ବିବାହ। ଜିଲ୍ଲାର ୨ଜଣ ଯୁବତୀ ପରସ୍ପରକୁ ଭଲ ପାଉଥିଲେ। ପରେ ଉଭୟ ବିବାହ ବନ୍ଧନରେ ନିଜକୁ ବାନ୍ଧିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏ ନେଇ ଜଣେ ଯୁବତୀ ନିଜ ଲିଙ୍ଗ ପରିବର୍ତ୍ତନ କରି ବିବାହ କରିଛନ୍ତି। ଏଥିରେ ସେମାନଙ୍କ ପରିବାର ଲୋକଙ୍କ ସହମତି ଥିବା ଜଣାପଡ଼ିଛି। ଏ ନେଇ ବୈଦିକ ରୀତିନୀତିରେ ବିବାହ ହୋଇଛି। ତେବେ ସେମାନେ ଏଇ କଥାକୁ ସମାଜ ଠାରୁ ଗୁପ୍ତ ରଖିଛନ୍ତି।