ଗୋଟିଏ ଜୁଇରେ ସ୍ୱାମୀ-ସ୍ତ୍ରୀ

ନୟାଗଡ଼,ଏନ୍ଏନ୍ଏସ୍: ସାତ ଜନମ ପାଇଁ ସାଥି ହୋଇ ରହିବା ପାଇଁ ଶପଥ କରି ପାଦରେ ପାଦ ମିଶାଇ ଦୀର୍ଘ ବାଟ ଚାଲିବା ପରେ ଆଜି ଏକାଠି ପାଦ ଅଟକି ଯାଇଛି। ସୂଚନା ଆନୁଯାୟୀ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡା ଗ୍ରାମର ଅଇଣ୍ଠା ନାୟକ(୭୫) ଓ ତାଙ୍କ ପତ୍ନୀ ସୁକୁରୀ ନାୟକ(୭୦)ଙ୍କ ଦେହ ଖରାପ ଥିଲା। ପରିବାର ଲୋକେ ସୁକୁରୀଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେହି ସମୟରେ ଅଇଣ୍ଠାଙ୍କ ମୃତ୍ୟୁ ଘଟିଥିଲା।

ଖବରପାଇ ପରିବାର ଲୋକେ ସୁକୁରୀଙ୍କୁ ଘରକୁ ନେଇ ଘରକୁ ଫେରି ଆସିଥିଲେ। ଘରେ ପହଞ୍ଚି ସୁକୁରୀ ସ୍ୱାମୀ ଅଇଣ୍ଠାଙ୍କ ମୃତ ଦେହ ଦେଖି ସେଠାରେ ଅଚେତ ହୋଇପଡ଼ିଥିଲେ। ତେବେ ପରିବାର ଲୋକେ ଡାକ୍ତରଙ୍କୁ ଦେଖାଇବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ତେବେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ ଦେହକୁ ଗୋଟିଏ ଜୁଇରେ ସତ୍କାର କରାଯାଇଛି।