ସରିଲା ସମ୍ବଲପୁର ଓ ବଲାଙ୍ଗିର ଆଇଏଏସଙ୍କ ନିର୍ବନ୍ଧ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଗତକାଲି ଅନନ୍ୟାଙ୍କ ସମ୍ବଲପୁର ବାସଭବନରେ ପରିବାର, ବନ୍ଧୁବଗ ଓ କିଛି ହାତଗଣତି ଅଫିସରଙ୍କ ଗହଣରେ ନିର୍ବନ୍ଧ ସରିଛି । ଆସନ୍ତା ୩ ମାସ ମଧ୍ୟରେ ଉଭୟଙ୍କ ବିବାହ ବେଶ ଧୁମଧାମରେ ହେବ ବୋଲି ସୂଚନା ମିଳିଛି । ଏହା ହେଉଛି ଉଭୟ ଅନନ୍ୟା ଓ ଚଞ୍ଚଲଙ୍କ ଦ୍ୱିତୀୟ ବିବାହ । ପୂର୍ବରୁ ଅନନ୍ୟା ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦଲ ଅକବରଙ୍କୁ ବିବାହ କରିଥିଲେ । ଅନ୍ୟପଟେ ଚଞ୍ଚଲ ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱାଧା ଦେବ ସିଂଙ୍କୁ ବିବାହ କରିଥିଲେ।

ଆସାମ ଝିଅ ଅନନ୍ୟା ଦାସ ୨୦୧୫ ଗୁଜରାଟର କ୍ୟାଡରର ଆଇଏଏସ୍ ଅଫିସର । ଓଡ଼ିଶା କ୍ୟାଡର ଅବଦଲ ଅକବରଙ୍କୁ ଅନନ୍ୟା ବିବାହ କରିବା ପରେ କ୍ୟାଡର ବଦଳାଇ ଦେଇଥିଲେ । କିନ୍ତୁ ମତଭେଦ ହେବା ଯୋଗୁ ଦୁହେଁ ପରସ୍ପରକୁ ଛାଡ଼ପତ୍ର ଦେବାକୁ ସ୍ଥିର କରିଥିଲେ ।