ବିବାହର ଏକ ଖାସ୍ ଉପହାର ନାଗା ଚୈତନ୍ୟଙ୍କୁ ଫେରାଇଲେ ସାମାଂଥା

ମୁମ୍ବାଇ: ସାଉଥ ଇଣ୍ଡଷ୍ଟୀର ସବୁଠୁ ଲୋକପ୍ରିୟ ଯୋଡ଼ି ସାମାଂଥା ରୁଥ ପ୍ରଭୁ ଓ ନାଗା ଚୈତନ୍ୟ ଛାଡ଼ପତ୍ର ନେବା ପରେ ପରସ୍ପରର ସ୍ମୃତିକୁ ଶେଷ କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି । ୨୦୨୧ରେ ଏବ ବଡ଼ ନୋଟ ସହ ଏହି ଯୋଡ଼ି ଛାଡ଼ପତ୍ର ଘୋଷଣା କରିଥିଲେ । ଆଉ ଏବେ ସାମାଂଥା ବିବାହର ଏକ ମହତ୍ତ୍ୱପୂର୍ଣ୍ଣ ଉପହାର ମଧ୍ୟ ନାଗା ଚୈତନ୍ୟଙ୍କୁ ଫେରାଇ ଦେଇଛନ୍ତି । ବିବାହ ସହ ଜଡ଼ିତ ସମସ୍ତ ସ୍ମୃତିରୁ ନିଜକୁ ବାହାର କରି ଆଗକୁ ବଢ଼ିବାକୁ ଚାହୁଁଥିବା ସାମାଂଥା ବିବାହ ଶାଢ଼ି ନାଗାଙ୍କୁ ଫେରାଇବାକୁ ଉଚିତ ମଣିଛନ୍ତି ।

ସୂଚନାଯୋଗ୍ୟ, ସାମାଂଥା ବିବାହରେ ପିନ୍ଧିଥବା ଶାଢ଼ୀଟି ନାଗାଙ୍କ ଜେଜେମା’ଙ୍କର ଥିଲା । ଏମିତିରେ ସମ୍ପର୍କ ଭାଙ୍ଗିବା ପରେ ନାଗା କିମ୍ବା ତାଙ୍କ ପରିବାର ସହ ଜଡ଼ିତ କୌଣସି ଜିନିଷ ସାମାଂଥା ନିଜ ପାଖରେ ରଖିବାକୁ ଚାହୁଁ ନାହାନ୍ତି । ସାମାଂଥା ଉକ୍ତ ଶାଢ଼ୀକୁ ତାଙ୍କ ସାଙ୍ଗ ଦ୍ୱାରା ରିଡିଜାଇନ କରିଥିଲେ । ପରେ ୨୦୧୭ରେ ତାଙ୍କ ବିବାହର ଖାସ୍ ମୁହୂର୍ତ୍ତରେ ପରିବାରବର୍ଗଙ୍କୁ ଖୁସି କରିବା ପାଇଁ ସାମାଂଥା ଜେଜେମା’ଙ୍କ ଶାଢ଼ୀ ପିନ୍ଧିଥିଲେ