ନୂଆଦିଲ୍ଲୀ: ଲକଡାଉନ ୩.୦କୁ ନେଇ ଗୃହ ମନ୍ତ୍ରଣାଳୟ ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହି ନୂଆ ଗାଇଡଲାଇନ ଅନୁସାରେ ଗ୍ରୀନ୍ ଓ ଅରେଞ୍ଜ ଜୋନରେ ସର୍ତ୍ତମୂଳକ ଭାବେ ସେଲୁନ ଓ ବ୍ୟୁଟି ପାର୍ଲର ଖୋଲିପାରିବ। ଏଥିପାଇଁ ସ୍ୱାସ୍ଥ୍ୟଗତ ନିୟମକୁ ଧ୍ୟାନରେ ରଖି ବାହାର ଲୋକଙ୍କ ପାଇଁ ନିଷ୍ପତ୍ତି ନେବାକୁ ଆରଡବ୍ଲ୍ୟୁଏକୁ ପରାମର୍ଶ ଦିଆଯାଇଛି।