ଇଦରେ ରିଲିଜ ହେବ ସଲମାନଙ୍କ ‘ରାଧେ’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ରାଧେ’ ମେ’ ୧୩ ତାରିଖରେ ରିଲିଜ ହେବ। ଏନେଇ ସୋସିଆଲ ମିଡିଆରେ ଏକ ଫଟୋ ସହ ସଲମାନ ସୂଚନା ଦେଇଛନ୍ତି। ପୂର୍ବ ନିର୍ଦ୍ଧାରିତ ତାରିଖରେ ହିଁ ଫିଲ୍ମ ରିଲିଜ ହେବ ବୋଲି ସଲମାନ କହିଛନ୍ତି।

ସଲମାନଙ୍କ ‘ରାଧେ’ ଫିଲ୍ମଟି ସିନେମାଘରେ ହିଁ ରିଲିଜ କରାଯିବ। ଏହି ଫିଲ୍ମ ୨୦୨୧ର ସବୁଠୁ ବଡ଼ ଫିଲ୍ମ ହେବାକୁ ଯାଉଛି। ସଲମାନ ପ୍ରତ୍ୟେକ ବର୍ଷ ଇଦ ଅବସରରେ ତାଙ୍କ ଫିଲ୍ମ ରିଲିଜ କରିଥାନ୍ତି। ଏହି ଫିଲ୍ମ ମଧ୍ୟ ଚଳିତ ବର୍ଷ ଇଦରେ ରିଲିଜ କରିବାକୁ ଯାଉଛନ୍ତି। ଫିଲ୍ମରେ ସଲମାନଙ୍କ ବ୍ୟତୀତ ଦିଶା ପଟ୍ଟାନୀ, ରଣଦୀପ ହୁଡ୍ଡା, ଜ୍ୟାକି ଶ୍ରୋଫ ଓ ଗୌତମ ଗୁହ୍ଲାଟୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।