ସଲମାନଙ୍କ ସ୍ୱଚ୍ଛ ଭାରତ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ସାମୁଦ୍ରିକ ବାତ୍ୟା ନିସର୍ଗ ମହାରାଷ୍ଟ୍ରରେ ବ୍ୟାପକ କ୍ଷତି ଘଟାଇଛି। ଏଥିରୁ ବାଦ୍ ପଡ଼ିନାହିଁ ପନୱେଲସ୍ଥିତ ସଲମାନ ଖାନଙ୍କ ଫାର୍ମ ହାଉସ। ବାତ୍ୟା ଯୋଗୁଁ ଫାର୍ମ ହାଉସର ଗଛ ଭାଙ୍ଗିଥିଲା ଓ ତା’ର ଡାଳ ଏବଂ ପତ୍ର ଏଣେତେଣେ ପଡ଼ି ଫାର୍ମ ହାଉସ୍ର ସ୍ଥିତି ବିଗାଡ଼ି ଦେଇଥିଲା। ଏହା ପରେ ସଲମାନ ନିଜ ପରିବାର ସଦସ୍ୟ, ଅତିଥି ଓ ପ୍ରେମିକା ଲୁଲିଆଙ୍କ ସହ ମିଶି ଫାର୍ମ ପରିସରକୁ ସଫା କରିବାରେ ଲାଗିପଡ଼ିଲେ। ଏ ସମ୍ବନ୍ଧିତ ଏକ ଭିଡିଓ ସଲମାନ ସେୟାର କରିଛନ୍ତି ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ। ଏହା ସହିତ ସଲମାନ ଏହାର ନାଁ ରଖିଛନ୍ତି – ସ୍ୱଚ୍ଛ ଭାରତ। ଏହାକୁ ସେ ବିଶ୍ୱ ପର୍ଯ୍ୟାବରଣ ଦିବସ ସହିତ ମଧ୍ୟ ଯୋଡ଼ିଛନ୍ତି। ସୂଚନାଯୋଗ୍ୟ, ସଲମାନଙ୍କ ପରିବାର, କିଛି ଅତିଥି, ପ୍ରେମିକା ଲୁଲିଆ, ବଲିଉଡ୍ ନାୟିକା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ପ୍ରମୁଖ ପନୱେଲସ୍ଥିତ ଫାର୍ମ ହାଉସ୍ ଯାଇଥିଲେ ଏକ ପାରିବାରିକ ଉତ୍ସବ ପାଇଁ। ଲକଡାଉନ କାରଣରୁ ମାର୍ଚ୍ଚ ୨୨ ତାରିଖରୁ ସେମାନେ ସେଠାରେ ଫସି ରହିଛନ୍ତି।