ସଲମାନଙ୍କ କରୋନା ରିପୋର୍ଟ ନେଗେଟିଭ

ମୁମ୍ବାଇ: ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଡ୍ରାଇଭର ଓ ଅନ୍ୟ ଷ୍ଟାଫଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସଲମାନ ନିଜକୁ ଆଇସୋଲେଟ କରିନେଇଥିଲେ। ପରେ ସଲମାନ କରୋନା ଟେଷ୍ଟ କରାଇଥିଲେ ଯାହାର ରିପୋର୍ଟ ନେଗେଟିଭ ଆସିଛି।

ସଲମାନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ବିଗବସ ନିର୍ମାତା ଓ ତାଙ୍କ ଫ୍ୟାନ ଆଶ୍ୱସ୍ତ ହୋଇଛନ୍ତି। ସେଥିପାଇଁ ଆସନ୍ତାକାଲି ସଲମାନ ବିଗବସର ‘ୱିକେଣ୍ଡ କା ବାର’ ସୁଟିଂ କରିବେ ବୋଲି ସୁନିଶ୍ଚିତ କରିଛନ୍ତି।