ନିଜକୁ ଆଇସୋଲେଟ୍ କଲେ ସଲମାନ

ନିଜକୁ ଆଇସୋଲେଟ୍ କଲେ ସଲମାନ

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନ୍ ନିଜକୁ ୧୪ ଦିନ ପାଇଁ ଆଇସୋଲେଟ କରି ନେଇଛନ୍ତି। କାରଣ ତାଙ୍କ ଡ୍ରାଇଭର ସମେତ ଆଉ ଦୁଇ ଜଣ ଷ୍ଟାଫଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ସଲମାନ ନିଜକୁ ଆଇସୋଲେଟ କରିଛନ୍ତି। ସଲମାନଙ୍କ ସମେତ ତାଙ୍କ ପୁରା ପରିବାର ମଧ୍ୟ ୧୪ ପାଇଁ ସେଲ୍ଫ ଆଇସୋଲେଟ ହୋଇଯାଇଛନ୍ତି। ଏଥିସହିତ ସଲମାନଙ୍କ ବାପା ସଲିମ ଖାନ୍ ଓ ମା’ ସଲମା ଖାନଙ୍କ ବିବାହ ବାର୍ଷିକୀରେ ହେବାକୁ ଥିବା ଭବ୍ୟ ସମାରୋହକୁ ମଧ୍ୟ ରୋକି ଦିଆଯାଇଛି।

ସୂଚନାଯୋଗ୍ୟ, ସଲମାନ ଏବେ ବିଗବସ୍ ସହ‘ରାଧେ’ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି। ଆଉ ଏବେ ସଲମାନ ନିଜକୁ କ୍ୱାରେଣ୍ଟାଇନ କରିନେଇଥିବାରୁ ବିଗବସର ‘ୱିକେଣ୍ଡ କା ବାର’ରେ କିଏ ଉପସ୍ଥାପନା କରିବେ ତାହା ଦେଖିବାକୁ ବାକି ରହିଲା।