ଏସପ୍ଲାଣ୍ଡ-ୱାନର ସେଲ୍ସ ମ୍ୟାନେଜର ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ସପିଂମଲ୍ ଏସପ୍ଲାଣ୍ଡ-ୱାନରେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ ସେଲ୍ସ ମ୍ୟାନେଜର ମିସ୍ ଶ୍ୟାମା ଝା ଙ୍କୁ ଗିରଫ କଲା ସିପି । ଗିରଫ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ପ୍ରକାଶଥାଉକି, ସମ୍ପୃକ୍ତ ମଲ୍ ରେ ବେଆଇନ୍ ପାର୍କିଂ ଫି ଆଦାୟ କରାଯାଉଥିଲା। ତେବେ ସାମ୍ବାଦିକମାନେ ଖବର ସଂଗ୍ରହ କରୁଥିବାବେଳେ କିଛି ମଲ୍ ର କର୍ମଚାରୀ କୁହାଯାଉଥିବା ପୋଷାଧାରୀ ଗୁଣ୍ଡା ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।

ଏ ନେଇ ଏତଲା ଦାୟର ପରେ ପୁଲିସ ତୁରନ୍ତ ଆରମ୍ଭ କରି ପ୍ରାରମ୍ଭିକ ପଦକ୍ଷେପ ନେଇଛି। ତେବେ ଏହି ଘଟଣାକୁ ନେଇ ସାମ୍ବାଦିକମାନେ ଆଜି ମଲ୍ ଆଗରେ ଧାରଣା ଦେଇଥିଲେ।