କୋଭିସିଲ୍ଡର ପ୍ରଥମ ଡୋଜ୍ ଲଗାଇଲେ ସଲମାନ

ମୁମ୍ବାଇ: କରୋନା ଭ୍ୟାକ୍ସିନ ନେଉଥିବା ବଲିଉଡ ତାରକାଙ୍କ ତାଲିକା ବଢ଼ିବାରେ ଲାଗିଛି। ଏବେ ଏହି ତାଲିକାରେ ସୁପରଷ୍ଟାର ସଲମାନ ଖାନ୍ ମଧ୍ୟ ସାମିଲ ହୋଇଛନ୍ତି। ସଲମାନ ଆଜିମୁମ୍ବାଇର ଲୀଲାବତୀ ହସ୍ପିଟାଲ ଯାଇ କୋଭିସିଲ୍ଡ ଭ୍ୟାକ୍ସିନର ପ୍ରଥମ ଡୋଜ୍ ଲଗାଇଛନ୍ତି। ହସ୍ପିଟାଲରେ ସଲମାନଙ୍କ ସହ ଖ୍ୟାତିନାମା ଡାକ୍ତର ଜଲୀଲ ପାରକରଙ୍କୁ ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ସଲମାନଙ୍କ ପୂର୍ବରୁ ତାଙ୍କ ପିତା ସଲିମ ଖାନ୍ ଏବଂ ଦୁଇ ମା’ ସଲମା ଖାନ୍ ଓ ହେଲେନ୍ ମଧ୍ୟ ଲୀଲାବତୀ ହସ୍ପିଟାଲରେ ଟିକା ଲଗାଇଥିଲେ।