୧୭ରେ ମୁକ୍ତିଲାଭ କରିବ ଶଲା ବୁଢାର ବଦଲା

ବଲାଙ୍ଗୀର,ଏନଏନଏସ: ୧୯୫୫ ରୁ ୧୯୫୯ ମଧ୍ୟରେ ଭାରତର ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଧେଶକ ସତ୍ୟଜିତ ରାୟ ପ୍ରଥମ ଟ୍ରାଇଲୋଜି ସିନେମା ନିର୍ମାଣ କରିଥିଲେ । ଏହି ଲମ୍ବା ସମୟ ଅବଧି ମଧ୍ୟରେ ଦେଶରେ ଆଉ ଦ୍ୱିତୀୟ ଟ୍ରାଇଲୋଜି ସିନେମା ତିଆରି ହୋଇନାହିଁ । ତେବେ ଗର୍ବର କଥା ଯେ , ଦ୍ୱିତୀୟ ଟ୍ରାଇଲୋଜି ସିନେମା ଆମ ଓଡିଶାରେ ତିଆରି ହୋଇଛି । ତାହା ହେଉଛି ଶଲା ବୁଢାର ବଦଲା ଓ ଆସନ୍ତା ୧୭ ତାରିଖ ବଲାଙ୍ଗୀର ର ରୋୟଲ ସିନେମା ହଲରେ ଏହି ସିନେମା ମୁକ୍ତିଲାଭ କରିବ ବୋଲି ଏହାର ନିର୍ଦ୍ଧେଶକ ସବ୍ୟସାଚୀ ମହାପାତ୍ର ସ୍ଥାନୀୟ ସାଂବାଦିକ ଭବନ ଠାରେ ଆୟୋଜିତ ହୋଇଥିବା ଏକ ସାାଂବିଦକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ପ୍ରଥମେ ଶଲା ବୁଢା ଚଳଚ୍ଚିତ୍ର ନିର୍ମିତ ହୋଇଥିବା ବେଳେ ପରବର୍ତ୍ତି ସମୟରେ ଆଦିମ ବିଚାର ଓ ୧୭ ତାରିଖରେ ମୁକ୍ତିଲାଭ କରିବାକୁ ଥିବା ଶଲା ବୁଢାର ବଦଲାକୁ ନେଇ ଟ୍ରାଇଲୋଜି କରିଛନ୍ତି ନିର୍ଦ୍ଧେଶକ ଶ୍ରୀ ମହାପାତ୍ର । ସିନେମାର ସଙ୍ଗୀତ ମଧ୍ୟ ବର୍ତ୍ତାନ ଲୋକଙ୍କ ଦ୍ୱାରା ଆଦୃତ ଲାଭ କରିଛି । ଏହି ସିନେମାର କାହାଣୀ ମଧ୍ୟ ସ୍ୱର୍ଗତ କପିଳେଶ୍ୱର ମହାପାତ୍ରଙ୍କ ଦ୍ୱାରା ଲିଖିତ।

ସିନେମାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଅଟଳ ବିହାରୀ ପଣ୍ଡା ବର୍ତ୍ତମାନ ୯୦ ବର୍ଷର ଯୁବକ ବୋଲି ଏହି ଅବସରରେ ଶ୍ରୀ ମହାପାତ୍ର କହିଥିଲେ । ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ତଥା ଚିତ୍ର ଉତ୍ତୋଳନ ଦାୟିତ୍ୱରେ ରହିଛନ୍ତି ଶ୍ରୀ ମହାପାତ୍ରଙ୍କ ପୁଅ କୁମାର ସି ମହାପାତ୍ର । ଏହି ସିନେମା ମଧ୍ୟ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସିନେମାର ସହଯୋଗୀ ପ୍ରାୟୋଜକ ସୁଶାନ୍ତ ମହାପାତ୍ର ମଧ୍ୟ ସାଂବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।