ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଭାଲୁଘର ଗ୍ରାମ ନିକଟରୁ ଗତକାଲି ବିଳମ୍ବିତ ରାତିରେ ପାଟଣା ବନ ବିଭାଗ ଲକ୍ଷାଧିକ ଟଙ୍କାର ଚୋରା ଶାଳ କାଠ ବୋଝେଇ ପିକ୍ ଅପ ଭ୍ୟାନକୁ ଜବତ କରିଛି।

ତୁରୁମୁଙ୍ଗା ପଟୁ ଚୋରାରେ ଶାଳ କାଠ ବୋଝେଇ ହୋଇ ଯାଉଥିବା ଖବର ପାଇ ଖିରେଇଟାଙ୍ଗିରି ଠାରେ ଛକି ଥିଲେ। ବନ ବିଭାଗକୁ ଦେଖି ଗାଡିଟି ଗାଁ ରାସ୍ତା ଦେଉ ପଳାଉଥିବା ସମୟରେ ବନ ବିଭାଗ ଗାଡିର ପିଛା କରିଥିଲେ। ଭାଲୁଘର ଗାଁ ନିକଟରେ ଗାଡିକୁ ଛାଡି ଘଟଣାସ୍ଥଳରୁ ଜଙ୍ଗଲ ଭିତରକୁ ଡ୍ରାଇଭର ଓ ହେଲପର ଫେରାର ହୋଇ ଯାଇଥିଲେ।

ଗାଡିରୁ ୧୦୦ ଖଣ୍ଡ ଶାଳ କାଠ ଜବତ ହୋଇଛି ଜବତ କାଠର ଆନୁମାନିକ ମୂଲ୍ୟ ୧ଲକ୍ଷ ଟଙ୍କା ହେବ ବୋଲି ପାଟଣା ରେଞ୍ଜର ପବିତ୍ର ନାଏକ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଖିରେଇଟାଙ୍ଗିରି ବନପାଳ ଅମୂଲ୍ୟ ସେନାପତି, ଅକ୍ଷୟ ମହାନ୍ତି ଓ ପାରଷ୍ଟାଫ ସାମିଲ ଥିଲେ।