ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ୍ ବଡ଼ମାଲ ଗୋଳାବାରୁ କାରଖାନା ନିକଟ ରାସ୍ତାରେ ଏକ ବାଘ ବୁଲୁଥିବା ଦେଖିବାକୁ ମିଳିଛି। ଏନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ବାରହା ଫାସରେ ପଡ଼ି ଏକ ଚିତାବାଘର ମୃତ୍ୟୁ ହୋଇଥିଲା। ତେବେ ଆଜି ବାଘକୁ ଦେଖି ଲୋକେ ଆହୁରି ଭୟଭୀତ ଅଛନ୍ତି। ହେଲେ ଏନେଇ ବନବିଭାଗ ପାଖରେ ଖବର ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।