ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ କାର୍ଯ୍ୟାଳୟକୁ ସାଧାରଣଲୋକଙ୍କ ପ୍ରବେଶ ମନା। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଅନ୍ୟପଟେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସନ୍ତାକାଲି ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲା ବନ୍ଦ ରହୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବ୍ଲକ କାର୍ଯ୍ୟାଳୟ ଗେଟରେ ତାଲା ପଡିଥିବାରୁ ସମସ୍ୟା ନେଇ ଆସୁଥିବା ଲୋକେ ଫେରିଯାଉଛନ୍ତି।