ରିଲିଜ ହେଲା ସେଫ୍ ଅଲି ଖାନଙ୍କ ୱେବ ସିରିଜ ‘ତାଣ୍ଡବ’

ନୂଆଦିଲ୍ଲୀ,ଏଜେନ୍ସି: ଫିର୍ଲ୍ମ ନିର୍ଦ୍ଦେଶକ ଅଲି ଅବାସ ଜଫରଙ୍କ ପ୍ରଥମ ଓ ବହୁ ଚର୍ଚ୍ଚିତ ୱେବ ସିରିଜ ‘ତାଣ୍ଡବ’ ଆଜି ଓଟିଟି ମଞ୍ଚ ଆମାଜନ ପ୍ରାଇମରେ ରିଲିଜ ହୋଇଛି। ଏହି ୱେବ ସିରିଜରେ ଅନେକ ଷ୍ଟାର କଳାକାର ରହିଛନ୍ତି। ବିଶେଷ କରି ସେଫ ଅଲି ଖାନ, ଡିମ୍ପଲ କପାଡ଼ିଆ, ଜିଶାନ ଅୟୁବ, ସୁନିଲ ଗ୍ରୋବର, ଡିନୋ ମୋରିୟା, ଗୋହର ଖାନଙ୍କ ସହିତ ଅନେକ ବିଶିଷ୍ଟ କଳାକାର ମୁଖ୍ୟ ଭୂମିକାରେ ଅଛନ୍ତି। ତେବେ ଏହି ୱେବ ସିରିଜଟି ୯ଟି ଅଧ୍ୟାୟରେ ଶେଷ ହୋଇଛି।

ଏହି ୱେବ ସିରିଜଠୁ ଅଲି ଅବାସଙ୍କ ଡିଜିଟାଲ କ୍ୟାରିୟର ଆରମ୍ଭ ହୋଇଛି। ଏହି ସିରିଜର ଷ୍ଟାର କାଷ୍ଟ ମଧ୍ୟ କୌଣସି ମେଗା ବଜେଟ ଫିଲ୍ମଠୁ କମ ନୁହେଁ। ଏଥିରେ ସେଫ ଅଲି ଖାନ ଏକ ଚତୁର ରାଜନେତା କ୍ୟାରେକ୍ଟରରେ ନଜର ଆସିଥିବା ବେଳେ ତାଙ୍କୁ ସାମ୍ନା କରୁଛନ୍ତି ଡିମ୍ପଲ କପାଡ଼ିଆ। ଡିମ୍ପଲ ମଧ୍ୟ ରାଜନେତା କ୍ୟାରେକ୍ଟରରେ ନିଜର ଦମ ଦେଖାଇଛନ୍ତି। ଏଥିସହିତ ଡିମ୍ପଲଙ୍କ ପାଇଁ ମଧ୍ୟ ଏହା ପ୍ରଥମ ଡିଜିଟାଲ ଡେବ୍ୟୁ।