ବିବାଦରେ ସୈଫଙ୍କ ନୂଆ ଫିଲ୍ମ ତାଣ୍ଡବ, ଆମାଜନ ଇଣ୍ଡିଆ ପ୍ଲାଟଫର୍ମରୁ ହଟାଇବାକୁ ଦାବି

ଲକ୍ଷ୍ନୌ,ଏଜେନ୍ସି: ଭାରତୀୟ ଜନତା ପାର୍ଟିର ନେତା କପିଲ ମିଶ୍ର ଆମାଜନ ପ୍ରାଇମ ପ୍ଲାଟଫର୍ମରେ ସେଫ୍ ଅଲି ଖାନଙ୍କ ‘ତାଣ୍ଡବ’ ୱେବ ସିରିଜକୁ ଏକ ଆଇନଗତ ନୋଟିସ ପଠାଇ ତୁରନ୍ତ ହଟାଇବାକୁ ଦାବି କରିଛନ୍ତି।

ପ୍ରକାଶଯୋଗ୍ୟ ଯେ, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୱେବ ସିରିଜ ତାଣ୍ଡବ ବିରୋଧରେ ହୋଇଥିବା ଅଭିଯୋଗକୁ ଗ୍ରହଣ କରିଛି ଏବଂ ଆମାଜନ ପ୍ରାଇମ ଭିଡିଓକୁ ସ୍ପଷ୍ଟୀକରଣ ମାଗିଛି। ୱେବ ସିରିଜ ବିବାଦ ସମ୍ପର୍କରେ ମନ୍ତ୍ରଣାଳୟ ଭାରତର ଆମାଜନ ପ୍ରାଇମ ଭିଡିଓ ଅଧିକାରୀଙ୍କୁ ମଧ୍ୟ ଡକାଇଛି।

ନିକଟରେ ରିଲିଜ ହୋଇଥିବା ୱେବ ସିରିଜ ‘ତାଣ୍ଡବ’କୁ ନେଇ ବିବାଦ ବଢିବାରେ ଲାଗିଛି। ଏହି ସିରିଜ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଏକ ଦୃଶ୍ୟ ଅଭିଯୋଗ ହୋଇଛି। ଏଥିପାଇଁ ଲକ୍ଷ୍ନୌର ହଜରତଗଞ୍ଜ କୋଟୱାଲିରେ ଆମାଜନ ପ୍ରାଇମ ଇଣ୍ଡିଆର ମୁଖ୍ୟ ଅପର୍ନା ପୁରୋହିତ, ଫିଲ୍ମ ନିର୍ଦ୍ଦେଶକ ଅଲି ଅବ୍ବାସ ଜାଫର, ଏହାର ନିର୍ମାତା ହିମାଂଶୁ କୃଷ୍ଣ ମେହେରା ଏବଂ ଲେଖକ ଗୌରବ ସୋଲଙ୍କିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ତାଣ୍ଡବକୁ ବ୍ୟାନ କରିବା ନେଇ ଦାବି ହେବା ପରେ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ଧାରାବାହିକର ଗୋଟିଏ ଦୃଶ୍ୟରେ ହିନ୍ଦୁ ଧର୍ମକୁ ପରିହାସ କରାଯାଇଛି, ଯେଉଁ କାରଣରୁ ହିନ୍ଦୁମାନଙ୍କ ମଧ୍ୟରେ ଫିଲ୍ମକୁ ନେଇ ବିରୋଧ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଏହାକୁ ନିଷିଦ୍ଧ କରିବାର ଦାବି ରହିଛି। ବର୍ତ୍ତମାନ ରାଜନେତାମାନେ ମଧ୍ୟ ଏଥିରେ ସାମିଲ ହେଲେଣି।

ଫିଲ୍ମଟିରେ ସୈଫ ଅଲି ଖାନଙ୍କ ବ୍ୟତୀତ ତିମାଂଶୁ ଧୁଲିଆ, ଡିମ୍ପଲ କାପାଡିଆ, ସୁନୀଲ ଗ୍ରୋଭର, କ୍ରିତିକା କାମ୍ରା, ସାରା, ମହମ୍ମଦ ଜିଶାନ ଆୟୁବ, କୁମୁଦ ମିଶ୍ର ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି।