ବଡ଼ ପରଦାରେ ଫିଲ୍ମ ‘ସାହୋ’: ବାହୁବଳି ୨କୁ କାଟିବ

ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଏହି ଫିଲ୍ମଟି ଆଜି ବଡ଼ ପରଦାକୁ ଓହ୍ଲାଇଛି। ଏହି ଫିଲ୍ମକୁ ବହୁ ଦିନ ଧରି ଦର୍ଶକମାନେ ଚାହିଁ ରହିଥିବାବେଳେ ଆଜି ଏହାକୁ ବଡ଼ ପର୍ଦାକୁ ଅଣାଯାଇଛି। ତେବେ ଏହି ଆକ୍ସନ ଓ ଡ୍ରାମା ଯୁକ୍ତ ଫିଲ୍ମରେ ଶ୍ରଦ୍ଧା କପୁର ଓ ପ୍ରଭାସ ମୁଖ୍ୟ ଭୂମିକାରେ ଅଛନ୍ତି। ତେବେ ଏହି ଫିଲ୍ମଟିକୁ ଦର୍ଶକମାନେ ଦେଖିବାପରେ ଏହାକୁ ସୁପରହିଟ୍ ମୁଭି ବୋଲି କହିଛନ୍ତି। ତେବେ ପ୍ରଭାସଙ୍କ ଏହି ଫିଲ୍ମଟି ତାଙ୍କର ପୂର୍ବ ବାହୁବଳି ୨ କୁ ମଧ୍ୟ କାଟିବ ବୋଲି ଦର୍ଶକମାନେ କହୁଥିବା ନଜିର ରହିଛି। ତେବେ ଏ ନେଇ ଶ୍ରଦ୍ଧା କପୁର ଦର୍ଶକଙ୍କୁ ଟୁଇଟ ଜରିଆରେ ଫିଲ୍ମଟିକୁ ପାଇରସି ନକରି ଏହାକୁ ବଡ଼ ପର୍ଦ୍ଦାରେ ଦେଖି ଏହାର ମଜା ନେବାକୁ ଅନୁରୋଧ କରିଛନ୍ତି।
ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଆହୁରି ଉତ୍ସାହ ଗଢ଼ିଉଠୁଛି। ତେବେ ଏହି ଫିଲ୍ମଟି ଗଣେଶ ପୂଜାରେ ବଜାରକୁ ଗରମ କରିବ ବୋଲି ଅନୁମାନ ହେଉଛି।