ଶାହରୁଖଙ୍କୁ ବାହା ହେବା ପ୍ରଶ୍ନର ଉତ୍ତର ଏମିତି ଦେଲେ କାଜଲ

ହିନ୍ଦୀ ସିନେଶିଳ୍ପର ଲୋକପ୍ରିୟ ଯୋଡ଼ିଙ୍କ ମଧ୍ୟରେ ଗଣାହୁଅନ୍ତି ଶାହରୁଖ୍ ଖାନ୍ ଓ କାଜଲ। ଦୁହେଁ ବେଶ୍ କେତୋଟି ହିଟ୍, ସୁପରହିଟ୍ ଓ ବ୍ଲକବଷ୍ଟର ଫିଲ୍ମ ଭେଟି ଦେଇଛନ୍ତି ସିନେପ୍ରେମୀଙ୍କୁ। ଅନସ୍କ୍ରିନ୍ ଅର୍ଥାତ୍ ପର୍ଦ୍ଦା ଉପର ଭଳି ପର୍ଦ୍ଦା ବାହାରେ ବି ଦୁହିଁଙ୍କ କେମିଷ୍ଟ୍ରିକୁ ନେଇ ଢେର୍ ଚର୍ଚ୍ଚା ହୋଇଛି। ଉଭୟଙ୍କ ପ୍ରଶଂସକ ତ ଇଚ୍ଛା କରୁଥିଲେ ଦୁହେଁ ରିଲ୍ ଭଳି ରିୟଲ୍ ଲାଇଫରେ ବି ବାହା ହୁଅନ୍ତୁ। ମାତ୍ର ତାହା ହେଲା ନାହିଁ।

କାଜଲଙ୍କର ଜଣେ ପ୍ରଶଂସକ ନିକଟରେ ଇନଷ୍ଟାଗ୍ରାମ୍ ଜରିଆରେ ତାଙ୍କୁ ପଚାରିଥିଲେ ଯେ, ସେ ଅଜୟ ଦେବଗନଙ୍କୁ ଭେଟି ନଥିଲେ ଶାହରୁଖଙ୍କୁ ବିବାହ କରିଥାନ୍ତେ କି? ପ୍ରଶ୍ନର ଉତ୍ତର ଖୁବ୍ ମଜାଦାର ଢଙ୍ଗରେ ରଖିଥିଲେ କାଜଲ। ସେ କହିଥିଲେ, ‘କ’ଣ ସେହି ବ୍ୟକ୍ତି (ଅଜୟ)ଙ୍କୁ ପ୍ରପୋଜ୍ କରିବା ଉଚିତ ନଥିଲା?’ ଇନଷ୍ଟାଗ୍ରାମର ‘ଆସ୍କ ମି’ ସେସନରେ ଆଉ ଜଣେ ଫ୍ୟାନ୍ କାଜଲଙ୍କଠାରୁ ତାଙ୍କର ମୋବାଇଲ୍ ନମ୍ବର ଚାହିଁଥିଲା। ଚତୁରତାର ସହ କାଜଲ ଉତ୍ତର ଲେଖିଥିଲେ – ‘୧୦୦… ଯେବେ ଚାହିଁବେ କଲ୍ କରିପାରିବେ।’