ଲକ୍ଷାଧିକ ଟଙ୍କାର ସାହାଣ ପଥର ଜବତ

ନୟାଗଡ଼, ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ରଣପୁର ପୋଲିସ ପକ୍ଷରୁ ରଣପୁର ଥାନା ଅଂଚଳରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସାହାଣ ପଥର ଜବତ କରାଯାଇଛି  ରଣପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସ ଙ୍କ ନେତୃତ୍ୱ ରେ ଭୋଗପିଠା ଗାଁ ନରଣଗଡ ମୌଜାରୁ ଆନୁମାନିକ ୧୦ ଲକ୍ଷ୍ୟ ଟଙ୍କା ମୂଲ୍ୟର ସାହାଣ ପଥର ଜବତ କରାଯାଇଥିବା ରଣପୁର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷେ ଶ୍ରୀଜଗନାଥ ମନ୍ଦିର ନାମରେ ଥିବା ଖଣ୍ଡେଲାଇଟ ଖଣିରୁ ବିଭିର୍ଣ୍ଣ ସମୟରେ ବେଆଇନ ଭାବେ ଏହି ମୂଲ୍ୟବାନ ପଥର ସବୁ ଚୋରା ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି। ତେବେ ସୋମବାର ପୋଲିସ ଏହି ସାହାଣ ପଥର ଚୋରାଚାଲାଣ ବେଳେ ଘଟଣା ସ୍ଥଳରୁ ଏକ ମିନି ବୋଝେଇ ଟ୍ରକ ସହିତ ଏକ ବାଇକ ଏବଂ ୧୨ ହଜାର ଟଙ୍କା ଜବତ କରିଥିବା ବେଳେ ଏହି ଘଟଣାରେ ମୋଟ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।