ମିଶନ ତାମିଲନାଡ଼ୁରେ ଶାହ

ଚେନ୍ନାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ତାମିଲନାଡ଼ୁର ରାଜଧାନୀ ଚେନ୍ନାଇରେ ପହଂଚିବା ପରେ ତାଙ୍କର ଭବ୍ୟ ସ୍ୱାଗତ କରାଯାଇଛି। ଏହି ସମୟରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କେ.ପଲାନୀସ୍ୱାମୀ, ଉପମୁଖ୍ୟମନ୍ତ୍ରୀ ଔ.ପନ୍ନୀରସେଲଭମ୍ ଓ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଏଥିସହିତ ବିମାନମନ୍ଦର ବାହାରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବିଜେପି ଓ ଏଆଇଏଡିଏମକେ କେଡରଙ୍କୁ ଦେଖି ଶାହ ସଡ଼କ ପର୍ଯ୍ୟନ୍ତ ଚାଲିକି ଆସି ସେମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ଆଗାମୀ ବର୍ଷ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ଥିବାରୁ ଶାହ ଏବେଠୁ ‘ମିଶନ ତାମିଲନାଡ଼ୁ’ ଆରମ୍ଭ କରି ଦେଇଛନ୍ତି।

ଏହି ଅବସରରେ ଶାହ କଲେବନାରର ଅରଙ୍ଗମରେ ଆୟୋଜିତ ସରକାରୀ ସମାରୋହରେ ୬୭ ହଜାର ବ୍ୟୟରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବେ। ଶାହଙ୍କ ସହ ଏହି ସମୟରେ ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀ ଓ ଉପମୁଖ୍ୟମନ୍ତ୍ରୀ ପନ୍ନୀରସେଲଭମ ଉପସ୍ଥିତ ରହିବେ। ଆଉ ୬ଟା ୩୦ ସମୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ। ବିହାର ବିଧାନସଭା ନିର୍ବାଚନ ନେଇ ମଧ୍ୟ ଆଲୋଚନା କରିବେ ବୋଲି ସୂଚନା ମିଳିଛି। ଶାହ ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କୁ ଭେଟିବାର ଯୋଜନା ମଧ୍ୟ ରହିଛି।