ଚୋରା ଶାଗୁଆନ କାଠ ଜବତ, ଦୁଇ ଅଭିଯୁକ୍ତ ଅଟକ 

ରାୟଗଡା,ଏନ୍ଏନ୍ଏସ୍: ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ରାୟଗଡ଼ା ସହରକୁ ଏକ ଶାଗୁଆନ କାଠ ବୋଝେଇ ଟ୍ରକ୍‌ ଆସୁଥିବା ଖବରପାଇ ବନବିଭାଗ କର୍ମଚାରୀମାନେ ଚଢ଼ଉ କରି ଉକ୍ତ ଟ୍ରକକୁ ଜବତ କରିଛନ୍ତି। ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ଥାନା ଅଞ୍ଚଳ ପୋଟୁରୁ ଗ୍ରାମରୁ ଏକ ପିକ୍‌ଅପ୍‌ ଗାଡି ନଂ- ଓଡି୨ ଯୋଗେ ଉକ୍ତ କାଠ ସହରସ୍ଥ କସ୍ତୁରୀ ନଗର ଚତୁର୍ଥ ଗଳି ନିକଟକୁ ଆସୁଥିବାବେଳେ ବନ ବିଭାଗ ଅଧିକାରୀ ଚଢ଼ଉ କରିଥିଲେ।

ଏହି ପରିପ୍ରେକ୍ଷୀରେ ୮୦ହଜାର ଟଙ୍କାରୁ ଉଦ୍ଧ୍ୱର୍ ମୂଲ୍ୟର ଶାଗୁଆନ କାଠ ଜବତ କରିବା ସହିତ ଗାଡ଼ି ଚାଳକ ଜି. ରଭିକୁମାର ଓ ସହଯୋଗୀ ଜେ. ରାମବାବୁଙ୍କୁ ଗିରଫ କରିଛି। ରାୟଗଡା ବନ ବିଭାଗ ଭାରପ୍ରାପ୍ତ ଏସିଏଫ୍ଓ ପ୍ରଭାକର ସେନାପତିଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିବା ବେଳେ ଅନ୍ୟ ସହଯୋଗୀ ବନପାଳ ଡମ୍ବରୁଧର ନାୟକ, ବନରକ୍ଷୀ ପଞ୍ଚାନନ ସାହୁଙ୍କ ସମେତ ମୁରଲୀଧର ରାଉତ ଓ ବନରକ୍ଷୀ ସନ୍ତୋଷ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ।