କନ୍ଧମାଳ,ଏନ୍ଏନ୍ଏସ୍: ବଡ଼ଦିନ ପାଇଁ କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ୨୧ ପ୍ଲାଟୁନ ପୁଲିସ ଫୋର୍ସ ଓ ସିଆରପିଏଫ ଯବାନଙ୍କୁ ମୁତୟନ କରାଯାଇଛି। ଏଥିସହ ନକ୍ସଲପ୍ରବଣ ସ୍ଥାନମାନଙ୍କରେ ବ୍ୟାପକ ସିଆରପିଏଫ୍ ମୁତୟନ ହୋଇଛି।
୬ଟି ସ୍ଥାନରେ ପୁଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ସହ ବାରଖମାରେ କୁଇ ସମନ୍ୱୟ ସମିତି ପକ୍ଷରୁ ସହିଦ ଦିବସ ପାଳନ କରାଯାଉଛି। ଏ ନେଇ ବାରଖମାରେ ୩ ପ୍ଲାଟୁନ ପୁଲିସ ଫୋର୍ସ ସମେତ ଜଣେ ଡିଏସପିଙ୍କୁ ମୁତୟନ କରାଯାଇଛି।