ସଚ୍ଚିନ ତେନ୍ଦୁଲକରଙ୍କୁ କରୋନା

ମୁମ୍ବାଇ: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଥିବାବେଳେ ଲିଟିଲ ମାଷ୍ଟର ସଚ୍ଚିନ ତେନ୍ଦୁଲକର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଚ୍ଚିନ ନିଜେ ଟ୍ୱିଟ୍ କରି ଏସମ୍ପକରେ ସୂଚନା ପ୍ରଦାନ କରିଛନ୍ତି। କିନ୍ତୁ ସଚ୍ଚିନଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ସଚ୍ଚିନଙ୍କଠାରେ ହାଲୁକା ଲକ୍ଷଣ ଦେଖା ଦେଇଥିବାବେଳେ ଏବେ ସେ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି।

ସୂଚନାଯୋଗ୍ୟ, ସଚ୍ଚିନ ନିକଟରେ ଇଣ୍ଡିଆ ଲିଜେଣ୍ଡସକୁ ୱାର୍ଲ୍ଡ ରୋଡ ସେଫ୍ଟୀ ଟି-ଟ୍ୱୋଣ୍ଟି ସିରିଜ ଜିତାଇଥିଲେ। ସଚ୍ଚିନ ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ ଲିଜେଣ୍ଡସର ଅଧିନାୟକ ଥିଲେ। ଏହି ସିରିଜର ଫାଇନାଲ ମ୍ୟାଚ୍ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ମାର୍ଚ୍ଚ ୨୧ରେ ଖେଳାଯାଇଥିଲା।