ସଚ୍ଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସଚ୍ଚିନ ଡାକ୍ତରଙ୍କ ପରାମର୍ଶକ୍ରମେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ନିଜେ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ସଚ୍ଚିନ ଗତ ୨୭ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ନିଜକୁ ଘରେ କ୍ୱାରେଣ୍ଟାଇନ କରି ନେଇଥିଲେ। ଆଉ ସମସ୍ତ ଜରୁରୀ ନିୟମ ପାଳନ କରିଥିଲେ।

ସୂଚନାଯୋଗ୍ୟ, ନିକଟରେ ସଚ୍ଚିନ ୱାର୍ଲ୍ଡ ରୋଡ ସେଫ୍ଟୀ ଟି-ଟ୍ୱୋଣ୍ଟି ସିରିଜରେ ଭାଗ ନେଇଥିଲେ। ସଚ୍ଚିନ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ସହ ସିରିଜରେ ସାମିଲ ହୋଇଥିବା ଆଉ ୩ଜଣ ପୂର୍ବତନ ଖେଳାଳି ମଧ୍ୟ ସଂକ୍ରମିତ ହୋଇଥିଲେ। ସେମାନେ ହେଲେ ୟୁସୁଫ ପଠାନ, ଇରଫାନ ପଠାନ ଓ ଏସ୍. ବଦ୍ରୀନାଥ।