‘ପାଣିଭର୍ତ୍ତି ପିଚ୍’ରେ ଖେଳିବା ଭିଡିଓ ସେୟାର କଲେ ସଚିନ

ବିଶ୍ୱର ସର୍ବଶ୍ରେଷ୍ଠ କ୍ରିକେଟର ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ସୁଇଙ୍ଗ୍ ପିଚ୍ ଠାରୁ ଆରମ୍ଭ କରି ବାଉନ୍ସ ପିଚ୍ ରେ ଖେଳିଛନ୍ତି। ଇଂଲଣ୍ଡର ସୁଇଙ୍ଗ୍ ପିଚ୍, ଅଷ୍ଟ୍ରେଲିଆ ଓ ସାଉଥଆଫ୍ରିକାର ବାଉନ୍ସ ପିଚ୍ ରେ ଖେଳିବା ସମୟରେ ତାଙ୍କର ଅନୁଭୂତିକୁ ଏକ ଭିଡିଓ ମାଧ୍ୟମରେ ସୋୟାର କରିଛନ୍ତି। ସଚିନଙ୍କ ପାଇଁ କ୍ରିକେଟ୍ ଖେଳ କେବଳ ପେଶା ନୁହେଁ ବରଂ ତାଙ୍କ ପାଇଁ କ୍ରିକେଟ୍ ହେଉଛି ଏକ ନିଶା। ଶୁକ୍ରବାର କ୍ରିକେଟ୍ ଅଭ୍ୟାସ କରୁଥିବାର ଏକ ଭିଡିଓ ସେୟାର କରି ଉପରୋକ୍ତ କଥାକୁ ଟ୍ୱିଟ କରିଛନ୍ତି। ଖେଳ ପାଇଁ ଭଲପାଇବା ଓ ନିଶା ତୁମକୁ ଅଭ୍ୟାସ କରିବାର ନୂଆଦିଗ ଦେଖାଇବ ଓ ଯାହା ତୁମେ କରୁଛ ତାହାକୁ ଉପଭୋଗ କରିବା ନେଇ ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ଏହି ଭିଡିଓରେ ପାଣି ଭର୍ତ୍ତିଥିବା ପିଚ୍ ଉପରେ ସଚିନ୍ କ୍ରିକେଟ୍ ପ୍ରାକ୍ଟିସ କରୁଥିବା ଦେଖିବାକୁ ମିଳିଛି।