ଗୁରୁଦିବସରରେ ଆଚରେକରଙ୍କୁ ମନେ ପକାଇ ଭାବୁକ ହୋଇପଡ଼ିଲେ ସଚିନ

ଆଜି ସାରା ଦେଶରେ ଗୁରୁଦିବସ ପାଳନ କରାଯାଉଥିବାବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ତାଙ୍କ ପିଲାଦିନର କୋଚ ରମାକାନ୍ତ ଆଚରେକରଙ୍କୁ ମନେପାକାଇ ଭାବୁକ ହୋଇପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ଆଚରେକର ସଚିନଙ୍କୁ କ୍ରିକେଟ ପଡ଼ିଆରେ କିଭଳି ସିଧା ଖେଳିହେବ ସେ ନେଇ ତାଙ୍କୁ ତାଲିମ ଦେଉଥିବା ଏକ ଫଟୋ ଟ୍ୱିଟ କରି ତାଙ୍କୁ ମନେପକାଇଥିଲେ। ସେ ଏହି ଟ୍ୱିଟରେ ଶିକ୍ଷକ କେବଳ ଶିକ୍ଷା ପ୍ରଦାନ କରନ୍ତିନି, ସେ ଜୀବନର ମୂଲ୍ୟ ମଧ୍ୟ ଶିଖାଇଥାନ୍ତି। ଆଚରେକର ସାର ମତେ ଖେଳ ପଡ଼ିଆ ଓ ଜୀବନରେ କିଭଳି ସିଧା ଖେଳାଯିବ ତାହା ଶିଖାଇଥିଲେ। ଆଚରେକର ସାରଙ୍କ ମୋ ଜୀବନର ଯୋଗଦାନକୁ ମୁଁ କେବେ ବି ଭୁଲି ପାରିବିନାହିଁ। ତାଙ୍କ ଶିକ୍ଷା ବର୍ତ୍ତମାନ ମଧ୍ୟ ମୋ ଜୀବନର ମାର୍ଗଦର୍ଶନ କରୁଛି ବୋଲି ସେ କହିଥିଲେ।