ଏସିଆ ସୋସାଇଟି କାର୍ଯ୍ୟକ୍ରମରେ ଚୀନର ମୁଖା ଖୋଲିଲେ ଏସ ଜୟଶଙ୍କର

ନ୍ୟୁୟର୍କ,ଏଜେନ୍ସି: ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର ଏସିଆ ସୋସାଇଟି ତରଫରୁ ଆୟୋଜିତ ଅନଲାଇନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ବ ଲଦାଖ ସୀମାରେ ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପୂର୍ବ ଲଦ୍ଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ବଡ଼ ସଂଖ୍ୟାରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଚୀନ ସୈନିକ ମୁତୟନ ଅଛନ୍ତି। ଭାରତ ପାଇଁ ଏହା ବିଶେଷ କଠିନ ସମୟ।

ଜୁନ ମାସରେ ଲଦାଖ ସେକ୍ଟରରେ ଭାରତ-ଚୀନ ସୀମା ବିବାଦ ହିଂସାର ରୂପ ନେଇଥିଲା। ଏଥିରେ ଚୀନ ସେନାର ଅତର୍କିତ ଆକ୍ରମଣରେ ଭାରତୀୟ ସେନାର ୨୦ ଜଣ ଯବାନ ସହିଦ ହୋଇଥିଲେ। ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଥିଲା। ଏହି ହିଂସା ଯୋଗୁଁ ବର୍ତ୍ତମାନ ଭାରତ ଓ ଚୀନ ମଧ୍ୟରେ ଆଉ ଭଲ ସଂପର୍କ ରହିନାହିଁ।