ଭାରତ ଓ ୟୁଏଇ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ୟୁନାଇଟେଡ ଆରବ ଏମିରେଟସ(ୟୁଏଇ)ର ବୈଦେଶିକ ମନ୍ତ୍ରୀ ଶେଖ ଅବଦୁଲା ବିନ ଜିଆଦ ବିନ ସୁଲତାନ ଅଲ ନୟାନଙ୍କ ମଧ୍ୟରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଭାରତ ଓ ୟୁଏଇର ଦ୍ୱିପାକ୍ଷିକ ସମ୍ପର୍କ ଓ ସହଯୋଗ ବିଷୟରେ ଆଲୋଚନା ହୋଇଛି। ଏଥିସହିତ କୋଭିଡ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।

ଜୟଶଙ୍କରଙ୍କ ତ୍ରିରାଷ୍ଟ୍ର (ବହରେନ, ୟୁଏଇ ଓ ସେଚଲସ୍) ଭ୍ରମଣର ଷଷ୍ଠ ଦିନରେ ଦ୍ୱିତୀୟ ଦେଶ ଭାବେ ବୁଧବାର ରାତ୍ରିରେ ଦୁବାଇରେ ପହଞ୍ଚିଥିଲେ। ଏହାର ଦ୍ୱିତୀୟ ଦିନରେ ସେ ଦୁବାଇରେ ଥିବା ଭାରତୀୟଙ୍କୁ ଭେଟି ସେଠାକାର କୋଭିଡ ସ୍ଥିତି ସମୀକ୍ଷା କରିଥିଲେ। ସେଠାକାର ସରକାର କୋଭିଡ ପାଇଁ ନେଇଥିବା ପଦକ୍ଷେପକୁ ଜୟଶଙ୍କର ପ୍ରଶଂସା କରିଥିଲେ।