ଏସ୍-୪୦୦ ମିଶାଇଲ ଆସିବ, ଆମେରିକାକୁ ବୁଝାଇ ଦିଆଯାଇଛି: ଜୟଶଙ୍କର

ନୂଆଦିଲ୍ଲୀ,ଏଜେନ୍ସ: ଋଷିଆ ଠାରୁ ଏସ୍-୪୦୦ ମିଶାଇଲ କିଣିବା ନେଇ ଭାରତ ପକ୍ଷରୁ ଆମେରିକା ବୁଝାଯାଇଛି। ତେବେ ଆଶାନୁରୂପ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପାଇସାରିଥିବେ ବାଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି।

ତେବେ ୱାସିଂଟନରେ ଥିବା ଏସ ଜୟଶଙ୍କର ଋଷିଆ ଠାରୁ ଭାରତ ଏସ-୪୦୦ ମିଶାଇଲ କିଣିବା ପାଇଁ ପ୍ରତିଶ୍ରୁତି ବଦ୍ଧ ଏବଂ ସେ ଆମେରିକାକୁ ବୁଝାଇ ଦେଇଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
୨୦୦୪ରେ ଋଷଠାରୁୁ ଏସ-୪୦୦ ମିଶାଇଲ କିଣିବା ପାଇଁ ଭାରତ ଚୁକ୍ତି କରିଛି। ତେବେ ଏହି ଚୁକ୍ତି ସ୍ୱାକ୍ଷର ପରେ ୨୦୧୭ର ଏକ ଆଇନ ଆଧାରରେ ଆମେରିକା ଭାରତ ବିରୋଧରେ କଟଣା ଲଗାଇବାକୁ ଧମକ ଦେଇଥିଲା। ୱାସିଂଟନରେ ଏ ନେଇ କୁହାଯାଇଛି ଯେ ଋଷିଆ, ୟୁକ୍ରେନ ଓ ସିରିଆରେ ସାମରିକ କାର୍ଯ୍ୟ ଜାରି ରହିଥିବାବେଳେ ଋଷିଆ ଠାରୁ ଅସ୍ତ୍ରଶସ୍ତ୍ର କିଣିଲେ କଟକଣା ଲାଗିବ ବୋଲି ଆମେରିକା ଧମକ ଦେଇଥିଲା।