ନୂଆଦିଲ୍ଲୀ: ୟୁକ୍ରେନରେ ଯୁଦ୍ଧ ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଖାରକିଭ ଓ ସୁମିରେ ଫସିଥିବା ଭାରତୀୟଙ୍କ ଉଦ୍ଧାର ପାଇଁ ଋଷ ଏକ ବଡ଼ ଅଭିଯାନ ଆରମ୍ଭ କରିଛି । ଋଷର ନ୍ୟୁଜ ଏଜେନ୍ସି ମୁତାବକ, ୧୩୦ ଋଷୀୟ ବସ୍ ଭାରତୀୟ ଛାତ୍ର ଓ ଅନ୍ୟ ବିଦେଶୀଙ୍କୁ ୟୁକ୍ରେନର ଖାରକିଭ ଓ ସୁମିରୁ ଋଷର ବେଲଗୋରୋଡ଼ କ୍ଷେତ୍ର ପହଞ୍ଚାଇବା ପାଇଁ ପ୍ରସ୍ତୁତ ଥିବା ଋଷୀୟ ରାଷ୍ଟ୍ରୀୟ ରକ୍ଷା ନିୟନ୍ତ୍ରଣ କେନ୍ଦ୍ରର ମୁଖ୍ୟ କର୍ଣ୍ଣଲ ଜେନେରାଲ ମିଖାଇଲ ମିଜିଂଟସେବ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ସମୟରେ ପାଖାପାଖି ୨୦ ହଜାର ଭାରତୀୟ ଛାତ୍ର ୟୁକ୍ରେନର ବିଭିନ୍ନ ସହରରେ ଫସି ଯାଇଥିଲେ । ଛାତ୍ରଙ୍କୁ ସ୍ୱଦେଶ ଆଣିବା ପାଇଁ କେନ୍ଦ୍ର ସରକାର ଅପରେସନ ଗଙ୍ଗା ଅଭିଯାନ ଆରମ୍ଭ କରିଥିଲେ । ଏଥିପାଇଁ ଏବେ ବାୟୁସେନାର ସୀ-୧୭ ବିମାନର ମଧ୍ୟ ସାହଯ୍ୟ ନିଆଯାଉଛି ।