ନୂଆଦିଲ୍ଲୀ: ଋଷୀୟ ସେନା ୟୁକ୍ରେନର ଅନେକ ସହର ନଷ୍ଟ କରିବାରେ ଲାଗିଛି । ଏହି କ୍ରମରେ ଆଜି ଋଷୀୟ ସେନା ଖାରକିଭ ମିଲିଟ୍ରୀ ଆକାଡେମୀକୁ ଟାର୍ଗେଟ କରି ରକେଟ ମାଡ଼ କରିଛି । ସୂତ୍ର ଅନୁସାରେ, ଋଷୀୟ ସେନା ଅନେକ ସ୍ଥାନୀୟ ଅଞ୍ଚଳ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି । ଏଭଳି ସ୍ଥିତିରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ପାଇଁ ଭାରତ ସରକାରଙ୍କ ତରଫରୁ କଣ୍ଟ୍ରୋଲ ରୁମ ସକ୍ରିୟ ରହିଛି । ଏହି କଣ୍ଟ୍ରୋଲ ରୁମ ପୋଲାଣ୍ଡ, ରୋମାନିୟା, ହଙ୍ଗରୀ ଓ ସ୍ଲୋଭାକ ଗଣରାଜ୍ୟରେ ସ୍ଥାପିତ କରାଯାଇଛି । ଭାରତୀୟ ସରକାରଙ୍କ ତରଫରୁ ଜାରି କରାଯାଇଥିବା ନମ୍ବରରେ କଲ୍ କରି ସାହାଯ୍ୟ ପାଇପାରିବେ ।
ସୂଚନାଯୋଗ୍ୟ, ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ସପ୍ତମ ଦିନରେ ପହଂଚିଛି । ଏହି ଯୁଦ୍ଧକୁ ଶେଷ କରିବା ପାଇଁ ଉଭୟ ଦେଶ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିଲା ଯାହାକି ସମ୍ପୂର୍ଣ୍ଣ ରୂପେ ବିଫଳ ରହିଲା । ପରେ ଋଷ ଅଧିକ ଆକ୍ରମଣାତ୍ମକ ହେବାରେ ଲାଗିଛି ।