କିଭ୍,ଏଜେନ୍ସି: ୟୁକ୍ରେନର ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟରେ ଆକ୍ରମଣ। ୟୁରୋପର ସବୁଠୁ ବଡ ପରମାଣୁ ପ୍ଲାଣ୍ଟ ଉପରେ ଆଜି ଋଷ ଆକ୍ରମଣ କରିଛି। ୟୁକ୍ରେନର ଜାପୋରିଝରିଆ ନିକଟରେ ଥିବା ସର୍ବବୃହତ୍ ପରମାଣୁ ପ୍ଲାଣ୍ଟରେ ଆକ୍ରମଣ ହୋଇଛି। ଇଣ୍ଟରନ୍ୟାସନାଲ ଆଟମିକ୍ ଏନର୍ଜି ଏଜେନ୍ସି(ଆଇଏଇଏ) ଘଟଣା ସମ୍ପର୍କରେ ଟ୍ବିଟ୍ କରି ସ୍ପଷ୍ଟ କରିଛି। ଏଥିସହ ୟୁକ୍ରେନ କର୍ତ୍ତୃପକ୍ଷକ୍ଷଙ୍କ ସହ ସ୍ଥିତି ସମ୍ପର୍କରେ କଥା ହୋଇଛନ୍ତି ଆଇଏଇଏଫ୍ ଡିଜି ରାଫେଲ ମାରିଆୋ ଗ୍ରୋସି। ଯଦି ପ୍ଲାଣ୍ଟରେ ବିକିରଣ ହୁଏ ତାହାଲେ ସ୍ଥିତି ଅତ୍ୟନ୍ତ ଭୟାନକ ହେବ ବୋଲି ଆଇଏଇଏ ସତର୍କ କରାଇଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ପ୍ଲାଣ୍ଟରେ ଆକ୍ରମଣ ସମୟର ଏକ ଭିଡିଓ ଟ୍ବିଟ୍ କରିଛନ୍ତି।
ଯାହା ସୂଚନା ରହିଛି, ଋଷ ସେନାର ବୋମା ମାଡ ଯୋଗୁଁ ଜାପୋରିଝରିଆ ପରମାଣୁ ପ୍ଲାଣ୍ଟରେ ନିଆଁ ଲାଗିଛି। ଋଷୀୟ ସେନା ପ୍ଲାଣ୍ଟର ଚାରିପଟୁ ଘନ ଘନ ଗୁଳିମାଡ କରୁଛନ୍ତି। ଏହାଦ୍ବାରା ଯଦି ସମ୍ପୂର୍ଣ୍ଣ ପ୍ଲାଣ୍ଟରେ ନିଆଁ ଲାଗିଯିବ ଅଥବା ବିସ୍ଫୋରଣ ହେବ ତେବେ ସ୍ଥିତି ଚେର୍ଣ୍ଣୋବିଲ ଡିଜାଷ୍ଟରର ୧୦ ଗୁଣା ହେବ ବୋଲି କୁହାଯାଉଛି। ଏଣୁ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କରିବା ପାଇଁ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବାଙ୍କ ନିବେଦନ କରିଛନ୍ତି।
ୟୁକ୍ରେନର ପରମାଣୁ ପ୍ଲାଣ୍ଟରେ ଆକ୍ରମଣ କଲା ଋଷ