ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଋଷ ପ୍ରତିରକ୍ଷା ମନ୍ତ୍ରୀ ହୃଦଘାତର ଶିକାର

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଇତିମଧ୍ୟରେ ଋଷ ରାଷ୍ଟ୍ରପତି ବ୍ଲାଦମୀର ପୁତିନଙ୍କ ପ୍ରତିରକ୍ଷା ମନ୍ତ୍ରୀ ସର୍ଗୋଇ ଶୋଈଗୁଙ୍କୁ କିଛିଦିନ ହେବ ଦେଖିବାକୁ ମିଳିନାହିଁ । ପ୍ରତିରକ୍ଷା ମନ୍ତ୍ରୀ ହୃଦଘାତର ଶିକାର ହୋଇଥିବା ନେଇ ସୂଚନା ମିଳିଛି । ସେଥିପାଇଁ ସେ କିଛିଦିନ ହେବ ସକ୍ରିୟ ନାହାନ୍ତି ।

ସୂଚନାଯୋଗ୍ୟ, ୨୦୧୨ରୁ ପ୍ରତିରକ୍ଷା ମନ୍ତ୍ରୀ ସର୍ଗୋଇ ଶୋଈଗୁ ଋଷ ରାଷ୍ଟ୍ରପତି ବ୍ଲାଦମୀର ପୁତିନଙ୍କ ନିକଟତର ସହଯୋଗୀ ଥିଲେ । ହେଲେ ନିକଟରେ ପୁତିନ ଓ ଶୋଈଗୁଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିବା ନେଇ ସୂଚନା ମିଳିଥିଲା ।