ସ୍ପୁଟନିକ-୫ ଟିକା ଉତ୍ପାଦନ ଲାଗି ଭାରତକୁ ବିକଳ୍ପ କରିବ ରୁଷିଆ

ନୂଆଦିଲ୍ଲୀ,ଏଜେନ୍ସି: କୋଭିଡ-୧୯ ଟିକାକୁ ମଞ୍ଜୁରି ଦେଇଥିବା ବିଶ୍ୱର ପ୍ରଥମ ଦେଶ ରୁଷିଆ ଭାରତ ସହିତ ଭାଗିଦାର ହେବ ବୋଲି ଜଣାପଡ଼ିଛି। ରୁଷିଆ ବିଶ୍ୱାସ କରୁଛି ଯେ, ଭାରତରେ ‘ସ୍ପୁଟନିକ-୫’କୁ ବ୍ୟାପକ ଭାବରେ ଉତ୍ପାଦନ କରାଯାଇପାରିବ ବୋଲି ‘ରୁଷ ପ୍ରତ୍ୟକ୍ଷ ନିବେଶ କୋଷ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କିରୀଲ ଦମିତ୍ରିଏଭ କହିଛନ୍ତି।

ସେ କହିଛନ୍ତି ଭାରତ ପାଖରେ ଉତ୍ପାଦନ କରିପାରିବାର କ୍ଷମତା ରହିଛି। ନିକଟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଘୋଷଣା କରିଥିଲେ ଯେ, ତାଙ୍କର ଦେଶ ବିଶ୍ୱର ପ୍ରଥମ କୋଭିଡ-୧୯ ଟିକା ପ୍ରସ୍ତୁତ କରିଛି। ଏହା ଭଲ କାମ କରିବ ବୋଲି ପୁଟିନ କହିଥିଲେ। ସ୍ପୁଟନିକ-୫କୁ ଗାମାଲେୟା ମହାମାରୀ ରୋଗ ଏବଂ ସୂକ୍ଷ୍ମ ଜୀବ ବିଜ୍ଞାନ ଗବେଷଣା ସଂସ୍ଥାନ ଓ ଆରଡିଆଇଏଫ ଯୁଗ୍ମ ଭାବରେ ପ୍ରସ୍ତୁତ କରିଛନ୍ତି। ଏହାର ତୃତୀୟ ପରୀକ୍ଷା ହୋଇନାହିଁ।

ଏକ ଅନଲାଇନ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଦାମିତ୍ରିଏଭ କହିଛନ୍ତି, ଲାଟିନ ଆମେରିକା, ଏସିଆ ଏବଂ ପଶ୍ଚିମ ଏସିଆର ଅନେକ ଦେଶ ଟିକା ଉତ୍ପାଦନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଟିକା ଉତ୍ପାଦନ ବଡ଼ ଗୁୁରୁତ୍ୱପୂର୍ଣ୍ଣ ବିଷୟ। ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତ ସହିତ ଭାଗିଦାରୀ ହେବା ନେଇ ଚିନ୍ତା କରାଯାଉଛି।