ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଗତ ଦେଢ଼ ମାସରୁ ଊର୍ଦ୍ଧ୍ୱ ହେବ ଯୁଦ୍ଧ ଜାରି ରହିଛି । ଇତିମଧ୍ୟରେ ଋଷ ଓ ଫିନଲାଣ୍ଡ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି । ନାଟୋରେ ସାମିଲ ହେବାର ନିଷ୍ପତ୍ତିକୁ ନେଇ ଫିନଲାଣ୍ଡ ଓ ସ୍ୱିଡେନକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଋଷ ଚେତାବନୀ ଦେଇଛି ।
ଋଷ ଚେତାବନୀ ଦେଇ କହିଛି ଯେ, ଫିନଲାଣ୍ଡ ଓ ସ୍ୱିଡେନ ଦ୍ୱାରା ନାଟୋ ସୈନ୍ୟ ସଂଗଠନରେ ସାମିଲ ହେବା ନିଷ୍ପତ୍ତି ଏକ ବଡ଼ ଭୁଲ୍ । ଆଉ ଏହାର ପରିଣାମ ସେମାନଙ୍କୁ ଭୋଗିବାକୁ ପଡ଼ିବ ।
ସୂଚନାଯୋଗ୍ୟ, ଫିନଲାଣ୍ଡ ଓ ସ୍ୱିଡେନ ନାଟୋରେ ସାମିଲ ହେବାକୁ ନେଇ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ଆବେଦନ କରିବାକୁ ଯାଉଛନ୍ତି । ଏହାକୁ କେନ୍ଦ୍ର କରି ଉଭୟ ଦେଶକୁ ଋଷ ଚେତାବନୀ ଦେଇଛି ।