ନୂଆଦିଲ୍ଲୀ: ଋଷୀୟ ସେନା ହାଇପରସୋନିକ ମିସାଇଲ ପରେ ଫସଫରସ ବୋମା ପକାଇ ଆକ୍ରମଣ କରିବାରେ ଲାଗିଛି । ଏନେଇ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ଦୃଢ଼ ଭାବେ ଦାବି କରିଛନ୍ତି । ଜେଲେନସ୍କି କହିଛନ୍ତି ଯେ, ଆଜି ଋଷୀୟ ସେନା ଫସଫରସ ବୋମା ଦ୍ୱାରା ଆକ୍ରମଣ କରିଛନ୍ତି । ଫଳରେ ନିରୀହ ଶିଶୁଙ୍କ ସମେତ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି ।
ଉକ୍ତ ଆକ୍ରମଣକୁ ଦୃଷ୍ଟିରେ ରଖି ନାଟୋକୁ ଅସୀମିତ ସୈନିକ ସମର୍ଥନ ପ୍ରଦାନ କରିବାକୁ ଜେଲେନସ୍କି ଆହ୍ୱାନ ଦେଇଛନ୍ତି । ଲୋକଙ୍କୁ ବଞ୍ଚାଇବା ପାଇଁ ମହାମେଣ୍ଟର ଆବଶ୍ୟକତା ରହିଛି । ୟୁକ୍ରେନୀ ସମେତ ସମଗ୍ର ବିଶ୍ୱ ଏବେ ଏହାର ଅପେକ୍ଷାରେ ରହିଛି ବୋଲି ଜେଲେନସ୍କି କହିଛନ୍ତି ।