ନୂଆଦିଲ୍ଲୀ: ଋଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ହୋଇଥିବା ଯୁଦ୍ଧରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି । ୨୧ ବର୍ଷୀୟ ନବୀନ ଶେଖରପ୍ପାଙ୍କ ମୃତ୍ୟୁ ଖାରକୀଭରେ ଜାରି ରହିଥିବା ଉଦ୍ଧାର ସମୟରେ ହୋଇଥିବା ଜଣାପଡ଼ିଛି।
ନବୀନଙ୍କ ଜଣେ ବନ୍ଧୁ ପୂଜା କହିଛନ୍ତି ଯେ, ସେ ଏମବିବିଏସ୍ ଚତୁର୍ଥ ବର୍ଷ ଛାତ୍ର ଥିଲେ । ନବୀନ ତାଙ୍କ ୨ ବନ୍ଧୁଙ୍କ ସହ ରହୁଥିଲେ । ନବୀନ ବାହାରକୁ ଖାଇବା ଆଣିବାକୁ ଯାଇଥିଲେ । ସେ ସୁପରମାର୍କେଟ ବାହାରେ ଧାଡ଼ିରେ ଛିଡ଼ା ହୋଇଥିଲେ ।